KAYINA RA PRUTHIBI
-
TypePrint
- CategoryNon-Academic
- Sub CategoryNon Fiction
- StreamReligion, Spirituality and New Age-Non Fiction
ମୁଁ ହେବଲ, ତୁମ ଭାଇ । ମୁଁ ମରି ସାରିଛି । କିନ୍ତୁ ଏତିକି କହିବି – କୟିନ, ତୁମେ ବହୁତ ସ୍ମାର୍ଟ । ଯାହା ହେଲେ ବି ତୁମେ ସ୍ମାର୍ଟ ସିଟିର ଆଦିପିତା ଯେ! ତାହା ତ ତୁମର ସ୍ୱପ୍ନ ଥିଲା । ତୁମର କ୍ରୋଧ, ତୁମର ହିଂସା, ତୁମର ଇର୍ଷା ମୁଁ ସେହି ଦିନ ହିଁ ଦେଖିଲି । ବାପ୍ ରେ ବାପ୍ । ସେଦିନ ତୁମ ସହିତ କଥାବାର୍ତ୍ତା ଏତେ ଭୟଙ୍କର ରୂପ ନେବ, ମୁଁ ଚିନ୍ତା ବି କରି ନ ଥିଲି । ମୁଁ ତ ଚାଲିଗଲି ମୋର ଚୀର ନୀବାସ ସ୍ଥାନକୁ । କିନ୍ତୁ ତୁମେ! ଭାଇର ରକ୍ତର ଦାଗ ମୁଣ୍ଡରେ ନେଇ କୁଆଡ଼େ ମୁଁହ ଦେଖାଇବ । ଓଃ, ଦୁଃଖର କଥା, ତୁମେ ପଳାତକ ଓ ଭ୍ରମଣକାରୀ ହେଲ । ଚିନ୍ତାନାହଁ, ସ୍ମାର୍ଟସିଟିର ଲୋକମାନେ ତ ଅଭ୍ୟାସବଶତଃ ଭ୍ରମଣକାରୀ । ତୁମକୁ କେହି ଖରାପ ଭାବିବେ ନାହିଁ । ଆଉ ଏବେ ତ ପଳାତକମାନଙ୍କ ସଂଖ୍ୟା ପୃଥିବୀରେ ଖୁବ୍ ବଢ଼ିଲାଣି । ଯିଏ ଧନୀ ତାଲିକାରେ ଉପରକୁ ଉଠିଲା, ତା ପଛରେ କ୍ୟାମେରା ଲାଗିଲା । ତା’ର କଳା କାରନାମା ପଦାକୁ ଆସିଲା । ଅଗତ୍ୟା ବାଧ୍ୟ ହୋଇ ତାକୁ ଦେଶ ଛାଡ଼ିବାକୁ ପଡ଼ିଲା । କିଛି ଦୁଃଖ ନାହିଁ ବିଜୟ ମାଲ୍ୟାଙ୍କ ପରି ଲୋକମାନେ ପଳାତକ ହୋଇ ଲଣ୍ଡନ ପରି ସହରମାନଙ୍କରେ, ଆଉ ଦେଶୀ ସାରଥି ବାବାମାନେ ଅଏସ୍ କରୁଛନ୍ତି କେଉଁ ଅଜଣା ଆଇଲ୍ୟାଣ୍ଡରେ ଥିବା ବିଳାସମୟ ରିଶୋର୍ଟ ମଧ୍ୟରେ । ଏମାନେ ବହୁତ୍ ସ୍ମାର୍ଟ – କିନ୍ତୁ ମୋର ଇଶ୍ୱର ତାଙ୍କଠୁଁ ବି ସ୍ମାର୍ଟ ।
କୟିନ ତୁମେ କିନ୍ତୁ ବେଶୀ ଦିନ ଲୁଚି ପାରବନି । ସ୍ମାର୍ଟ ସିଟିର ସ୍ମାର୍ଟ ଫୋନ୍, ସ୍ମାର୍ଟ ଉଇପନ୍, ସ୍ମାର୍ଟ ଗ୍ୟାଜେଟ୍ସ କି ତୁମର ସ୍ମାର୍ଟ ଲୋକମାନେ କେହି ତୁମକୁ ବଂଚେଇ ପାରିବେନି । କିନ୍ତୁ ମନେରଖ, ମୋର ଅବର୍ତ୍ତମାନରେ ମୋର ଭାଇମାନେ ଅଛନ୍ତି । ‘ଶେଥ‘ର ବଂଶଧର ଅଛନ୍ତି । ସେମାନେ ଛାଡ଼ିବେନି । ତୁମ ପରି ତାଙ୍କ ପାଖରେ ରକ୍ତ ପାତକାରୀ ଅସ୍ତ୍ର ନାହିଁ କିନ୍ତୁ ସେମାନେ ଆତ୍ମିକ ଯୋଦ୍ଧାମାନେ । ଅପେକ୍ଷାକର, ସେମାନେ ପ୍ରସ୍ତୁତ ହେଉଛନ୍ତି । ବଦଳିଯିବ ଦୃଶ୍ୟପଟ୍ଟ ।
**Note: IIP Store is the best place to buy books published by Iterative International Publishers. Price at IIP Store is always less than Amazon, Amazon Kindle, and Flipkart.
COMMENTS
No Review found for book with Book title. KAYINA RA PRUTHIBI